ପାଠାଗାରର ବିଭିନ୍ନ ବିଭାଗରେ ରଖାଯାଇଥିବା ସାମଗ୍ରୀ ପାଖରେ ଏହିଠାରୁ ପହଞ୍ଚି ହେବ। ବର୍ତ୍ତମାନର ବିଭାଗଗୁଡ଼ିକ ଭିତରେ ରହିଛି – ଖବରକାଗଜ, ପତ୍ରିକା ଓ ବହି। ଏହାଛଡ଼ା ଅନ୍ୟ ଦୁଇଟି ମୁଖ୍ୟ ଶ୍ରେଣୀରେ ବିଶେଷ ଧରଣର ସାମଗ୍ରୀ କିଛି ରହିଛି। ସେ ଦୁଇଟି ହେଉଛି: ରେଫରେନ୍ସ୍ ଓ ସଂକଳନ। ଦରକାର ଅନୁସାରେ ନୂଆ ବିଭାଗମାନ ଏଥିରେ ଯୋଡ଼ାଯିବ।
ରେଫରେନ୍ସ୍ ଶ୍ରେଣୀରେ ରହିଛି ଅଭିଧାନ, ଜ୍ଞାନକୋଷ, ଗ୍ରନ୍ଥସୂଚୀ ଓ ବିଶେଷ। ବିଶେଷ ବିଭାଗରେ ରହିଛି ଓଡ଼ିଶା ଓ ଓଡ଼ିଆ ବିଷୟରେ ବିସ୍ତୃତ ତଥ୍ୟ ଦେଉଥିବା କିଛି ବହିପତ୍ର। ‘ସଂକଳନ’ ଶ୍ରେଣୀରେ ରହିଛି ବିଭିନ୍ନ ସ୍ରଷ୍ଟାଙ୍କର ଏକକ ସଂଗ୍ରହ ବା କେଉଁ ବିଷୟ ଆଧାରିତ ସଂକଳନ।
ପାଠାଗାରର ପ୍ରତ୍ୟେକ ବିଭାଗ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ପୃଷ୍ଠା ରହିଛି। ବାମ ପଟର ମେନୁରୁ ଏଗୁଡ଼ିକୁ ଖୋଲିହେବ। ସେହି ପୃଷ୍ଠାରେ ବିଭାଗ ବିଷୟରେ ଅଧିକ ସୂଚନା ଦିଆଯାଇଛି ଏବଂ ସେହି ବିଭାଗର ସାମଗ୍ରୀଗୁଡ଼ିକୁ ପଢ଼ିବାର ଓ ସଂଗ୍ରହ (ଡାଉନ୍ଲୋଡ୍) କରିବାର ବ୍ୟବସ୍ଥା ରହିଛି।
No comments:
Post a Comment