Thursday, 1 August 2024

କେରଳ ବର୍ଷା: ୱାୟାନାଡରେ ଥିବା ସ୍କୁଲ, କଲେଜ ଏବଂ ଏହି six ଟି ଜିଲ୍ଲା ଆଜି ବନ୍ଦ; IMD କମଳା ଆଲର୍ଟ ଜାରି କରେ |

 କେରଳ ବର୍ଷା: ଅତ୍ୟଧିକ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ହେତୁ ସ୍କୁଲ, କଲେଜ ଏବଂ ଟ୍ୟୁସନ ସେଣ୍ଟରଗୁଡ଼ିକ ଆଜି ବନ୍ଦ ରହିବ ଅର୍ଥାତ୍ ଅଗଷ୍ଟ ୨ 2 ରେ ୱାୟାନାଡ, ଥ୍ରିସୁର, ମାଲାପୁରାମ, କୋଜିକୋଡେ, କନ୍ନୁର, କାସ୍ରାଗୋଡ, ପାଲକ୍କଡ।

କେରଳରେ ପ୍ରବଳ ବର୍ଷା ପାଇଁ ଭାରତ ପାଣିପାଗ ବିଭାଗ (ଆଇଏମଡି) କମଳା ଆଲର୍ଟ ଜାରି କରିଛି। 

ଶନିବାର ପର୍ଯ୍ୟନ୍ତ ୱାୟାନାଦ ଜିଲ୍ଲାରେ ଆଇଏମଡି କେରଳ ଏକ କମଳା ଆଲର୍ଟ ଜାରି କରିଛି, ଯେଉଁଥିରେ 200 ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଭୂସ୍ଖଳନ ପ୍ରଭାବିତ ହୋଇସାରିଛି। 

ଆଇଏମଡି କେରଳ ନିର୍ଦ୍ଦେଶକ ନୀତା କେ ଗୋପାଳ କହିଛନ୍ତି, “ୱାୟାନାଡ ସମେତ କେରଳର 4 ଟି ଉତ୍ତର ଜିଲ୍ଲାରେ ଆମେ କମଳା ଆଲର୍ଟ ଜାରି କରିଛୁ। 

ଦକ୍ଷିଣରେ, ପଠାନାମଥିଟା ପର୍ଯ୍ୟନ୍ତ, ଆମେ ମଧ୍ୟ ହଳଦିଆ ସତର୍କ ସୂଚନା ଜାରି କରିଛୁ | 

ଆସନ୍ତାକାଲି ଠାରୁ ବର୍ଷା କାର୍ଯ୍ୟକଳାପରେ ଯଥେଷ୍ଟ ହ୍ରାସ ଘଟିବ | 

ତେଣୁ କେବଳ କେରଳର ଉତ୍ତର ଜିଲ୍ଲା ପାଇଁ ହଳଦିଆ ଆଲର୍ଟ ନିଶ୍ଚିତ କରାଯାଉଛି। 

ଏବଂ ତା’ପରେ ରବିବାରଠାରୁ ହ୍ରାସ ଘଟିବ ଏବଂ ଆମେ ଆଉ ଚାରି ଦିନ ପର୍ଯ୍ୟନ୍ତ କେବଳ ହାଲୁକା ରୁ ମଧ୍ୟମ ବର୍ଷା ଅନୁଭବ କରିବୁ। ”

Monday, 8 April 2019

ଓଡ଼ିଆ ବହି

ପାଠାଗାରର ବିଭିନ୍ନ ବିଭାଗରେ ରଖାଯାଇଥିବା ସାମଗ୍ରୀ ପାଖରେ ଏହିଠାରୁ ପହଞ୍ଚି ହେବ। ବର୍ତ୍ତମାନର ବିଭାଗଗୁଡ଼ିକ ଭିତରେ ରହିଛି – ଖବରକାଗଜ, ପତ୍ରିକା ଓ ବହି। ଏହାଛଡ଼ା  ଅନ୍ୟ ଦୁଇଟି ମୁଖ୍ୟ ଶ୍ରେଣୀରେ ବିଶେଷ ଧରଣର ସାମଗ୍ରୀ କିଛି ରହିଛି। ସେ ଦୁଇଟି ହେଉଛି: ରେଫରେନ୍‌ସ୍ ଓ ସଂକଳନ। ଦରକାର ଅନୁସାରେ ନୂଆ ବିଭାଗମାନ ଏଥିରେ ଯୋଡ଼ାଯିବ।
ରେଫରେନ୍‌ସ୍ ଶ୍ରେଣୀରେ ରହିଛି ଅଭିଧାନ, ଜ୍ଞାନକୋଷ, ଗ୍ରନ୍ଥସୂଚୀ ଓ ବିଶେଷ। ବିଶେଷ ବିଭାଗରେ ରହିଛି ଓଡ଼ିଶା ଓ ଓଡ଼ିଆ ବିଷୟରେ ବିସ୍ତୃତ ତଥ୍ୟ ଦେଉଥିବା କିଛି ବହିପତ୍ର। ‘ସଂକଳନ’ ଶ୍ରେଣୀରେ ରହିଛି ବିଭିନ୍ନ ସ୍ରଷ୍ଟାଙ୍କର ଏକକ ସଂଗ୍ରହ ବା କେଉଁ ବିଷୟ ଆଧାରିତ ସଂକଳନ।
ପାଠାଗାରର ପ୍ରତ୍ୟେକ ବିଭାଗ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ପୃଷ୍ଠା ରହିଛି। ବାମ ପଟର ମେନୁରୁ ଏଗୁଡ଼ିକୁ ଖୋଲିହେବ। ସେହି ପୃଷ୍ଠାରେ ବିଭାଗ ବିଷୟରେ ଅଧିକ ସୂଚନା ଦିଆଯାଇଛି ଏବଂ ସେହି ବିଭାଗର ସାମଗ୍ରୀଗୁଡ଼ିକୁ ପଢ଼ିବାର ଓ ସଂଗ୍ରହ (ଡାଉନ୍‌ଲୋଡ୍) କରିବାର ବ୍ୟବସ୍ଥା ରହିଛି।

ଓଡ଼ିଆ ଭାଷା ସାଧନ

ଓଡ଼ିଆ ଭାଷାରେ କମ୍ପ୍ୟୁଟର କାମ କରିବା ପାଇଁ କିଛି ସ୍ୱତନ୍ତ୍ର ସାଧନ ବା କୌଶଳ ଦରକାର ହୁଏ। ସେଭଳି କିଛି ସାଧନ ସୃଜନିକା ଦ୍ୱାରା ବିକଶିତ କରାଯାଇଛି। ସମୟକ୍ରମେ ସେଥିରୁ କିଛି ମୁଖ୍ୟ ବ୍ୟବସ୍ଥାରେ ମିଶି ଯାଇଛି, ଆଉ କିଛି ଏବେ ମଧ୍ୟ ଏକକ ରୂପରେ କାମରେ ଲାଗୁଛି। ଅନ୍ୟମାନଙ୍କ କାମରେ ଲାଗିବା ପାଇଁ ସେଗୁଡ଼ିକ ଏଠାରେ ଦିଆଯାଇଛି। ବ୍ୟବହାରକାରୀମାନେ ଏସବୁକୁ ଆହୁରି ଉନ୍ନତ କରିବେ ବୋଲି ଆଶା ମଧ୍ୟ କରାଯାଉଛି।
ଅନ୍ୟମାନଙ୍କ ଦ୍ୱାରା ଏଭଳି ସାଧନ ମଧ୍ୟ ବିକଶିତ ହୋଇଛି ଯାହା ଆମକୁ ବିଶେଷ ଭାବରେ ସାହାଯ୍ୟ କରୁଛି। ସେସବୁର ଲିଙ୍କ୍ ଏଠାରେ ରହିଛି। ଆହୁରି କିଛି ସାଧନ ଥାଇପାରେ ଯାହା ଆମେ ବ୍ୟବହାର କରିନାହୁଁ ବା ଯାହାର ସୂଚନା ଆମ ପାଖରେ ନାହିଁ। ତାହା ବିଷୟରେ ଜଣାଇଲେ ଉପଯୁକ୍ତ ଲିଙ୍କ୍ ଯୋଡ଼ିବାର ବ୍ୟବସ୍ଥା କରିବୁ।
ଓଡ଼ିଆ ବହିପତ୍ର ଏବେ ଅନେକ ୱେବ୍‌ସ୍ଥଳୀରେ ମିଳୁଛି। ସେଥିରୁ କିଛି ସହିତ ସୃଜନିକା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯୋଡ଼ା। ସେଭଳି ୱେବ୍‌ସ୍ଥଳୀର ଏବଂ ଏହିଭଳି କାମ କରୁଥିବା ଦଳମାନଙ୍କର ଲିଙ୍କ୍ କିଛି ଏଠାରେ ରହିଛି।

Abisaya Gamanga

Odisha HSC Result 2019 – Orissa 10th Class Matric Result | orissaresults.nic.in

Odisha HSC Result 2019: Odisha (formerly Orissa), an eastern Indian state on the Bay of Bengal with around 43 million population, every year HSC exams are conducted in the state of Odisha/Orissa for the students who have appeared to write the 10th class examinations, Orissa Board has conducted 10th examinations in February/March 2019 and lakhs of students appeared in these examinations. These examinations were conducted at the various centers (schools) in the state of Orissa. Candidates put their all efforts to prepare for these examinations and put all their efforts to score good marks so that it may be beneficial for them here. Such candidates are now feeling so much nervousness, anxiety and will be please waiting for their results.
There are a lot of schools which are affiliated under the Odisha BSE, including the private and government institutions, Lot numbers of students are expected to appear in the exam to score good marks so that they can choose the subjects of their choice in the Class 11th and 12th which is +2 or Plus Two. These outcomes are also known as BSE HSC Results 2019, BSE 10th Result 2019 after the exams are done, a lot of student during the time searching for the BSE Odisha HSC Result 2019 if you have come to this website that you are in the right place to get information. The first stage of the education career goal and 10th class mark sheet is very important for any activity related to the Educational field or continuation of further studies or appearing for any entrance examination.































Saturday, 19 September 2015

ଆମ ଶିକ୍ଷାବ୍ୟବସ୍ଥା କେତେ ଆନନ୍ଦମୟ ?

ବିଗତ ଦଶନ୍ଧିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଲା, ଯାହା ଆମ ପରି ପୁରାତନ ଛାତ୍ରମାନଙ୍କ ପାଇଁ କୌଣସି ମ୍ୟାଜିକ୍ ଠାରୁ କମ ନଥିଲା୤ ପ୍ରଥମଥର ପାଇଁ ଶିକ୍ଷାକୁ ଆନନ୍ଦମୟ ଶିକ୍ଷା ବୋଲି ନାମ ଦିଆଗଲା୤ ଅର୍ଥାତ ଶିଶୁମାନେ ବିନା କୌଣସି ଦ୍ବିଧା ବା ପରିଶ୍ରମରେ ଆନନ୍ଦରେ ଶିକ୍ଷା ପାଇବେ୤ ଗାଁ ମାନଙ୍କରେ ଥିବା ସମସ୍ତ ବିଦ୍ୟାଳୟ କାନ୍ଥରେ ସୁନ୍ଦର ଚିତ୍ର ଦ୍ବାରା ଏହି ବାର୍ତ୍ତା ପ୍ରଚାର କରାଗଲା୤ ଏହାଫଳରେ ବେତ୍ରାଘାତ ଦେଇ ପାଠପଢ଼ାଉଥିବା ଶିକ୍ଷକମାନଙ୍କୁ ବେତ ଛାଡ଼ିବାକୁ ପଡ଼ିଲା୤ ବିଦ୍ୟାଳୟମାନଙ୍କରେ ଉପସ୍ଥାନ ବଢ଼ିବାକୁ ଲାଗିଲା ବୋଲି ସରକାରୀ ସ୍ତରରେ କୁହାଗଲା୤ ଅନେକ ବିଦ୍ୟାଳୟର ପ୍ରାଙ୍ଗଣକୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ବହୁ କଷ୍ଟକରି ସୁନ୍ଦର ଉପବନମାନ ତିଆରି କଲେ, ଏହି ଭିତ୍ତିରେ ବିଭିନ୍ନ ବିଦ୍ୟାଳୟକୁ ପୁରସ୍କୃତ ବି କରାଗଲା୤ ଅବଶ୍ୟ ଏହାଫଳରେ ଶିକ୍ଷକମାନଙ୍କ ଘର ପାଇଁ ଶାଗ, କଖାରୁ, ଜହ୍ନି, ଭେଣ୍ଡି, ଅମୃତଭଣ୍ଡା ଆଦି ମାଗଣାରେ ବି ମିଳିଲା୤

ଏହି ସମୟରେ ନିଶ୍ଚୟ ଭାବରେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ହୋଇଥାଇପାରେ, କାରଣ ବିଦ୍ୟାଳୟରେ ପାଠପଢ଼ା ସହିତ ଖେଳକୁଦ, ବଗିଚାରେ କାମ ଆଦି କରିବାର ରୁଚି ହେତୁ ପିଲାମାନେ ବିଦ୍ୟାଳୟର ବାରଣ୍ଡାରେ ପାଦ ଦେଲେ୤ ଠିକ୍ ଏହି ସମୟରେ ସହରାଞ୍ଚଳରେ ଶିଶୁମାନେ ମଧ୍ୟ ଶିକ୍ଷାଗ୍ରହଣ କ୍ଷେତ୍ରରେ ଆଗଭର ଥିଲେ, ହେଲେ ସେମାନଙ୍କ ଶିକ୍ଷା କିନ୍ତୁ ଆନନ୍ଦମୟ ଥିଲା, ଏହା କହିବା ଅସମ୍ଭବ୤ ତିନି ଚାରିବର୍ଷର କୋମଳମତି ଶିଶୁମାନଙ୍କ ପିଠିରେ ପାଞ୍ଚ ଦଶ କିଲୋଗ୍ରାମର ବସ୍ତାନି ଲଦି ଦିଆଯାଇ ଶିକ୍ଷିତ କରିବାର ଯେଉଁ ପ୍ରୟାସ କନ୍‌ଭେଣ୍ଟ୍ ସ୍କୁଲମାନେ କଲେ, ଏହାଫଳରେ ଶିକ୍ଷା ଆନନ୍ଦମୟ କେମିତି ହେଲା ଜାଣିପାରିଲୁ ନାହିଁ୤

ଓଡ଼ିଆ ମାଧ୍ୟମ ଅର୍ଥାତ ସରକାରୀ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀ ସାଧାରଣତଃ ପାଞ୍ଚବର୍ଷ ବୟସରୁ ପାଠ ଆରମ୍ଭ କରୁଥିବା ବେଳେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ଦୁଇରୁ ତିନି ବର୍ଷର ଶିଶୁମାନଙ୍କୁ ନେଇ ପାଠପଢ଼ା ଆରମ୍ଭ ହେଉଛି୤ ପାଞ୍ଚବର୍ଷ ବୟସ ହେଲାବେଳକୁ ଏହି ସବୁ ଶିଶୁମାନେ ଇଂରାଜୀ, ହିନ୍ଦୀ ଏବଂ ସ୍ଥାନେ ସ୍ଥାନେ ଓଡ଼ିଆରେ ମଧ୍ୟ ପଢ଼ିବା ଓ ଲେଖିବା ଶିଖିଯାଉଛନ୍ତି୤ ଅବଶ୍ୟ ବୌଦ୍ଧିକ ବିକାଶ ଦିଗରେ ଏହା ବହୁତ ସାହାଯ୍ୟ କରିବ ତା ନିଃସନ୍ଦେହ ସତ୍ୟ, କିନ୍ତୁ ଏତେ କମ ବୟସରୁ ପିଲାମାନଙ୍କୁ ଶିକ୍ଷାଦାନ କରିବାପାଇଁ ଏତେ ଅଧିକ ପାଠ ପଢ଼ିବାକୁ ଦେବା କଣ ସେମାନଙ୍କ ଶୈଶବକୁ ନଷ୍ଟ କରୁନାହିଁ କି ? 

ଯଦିଓ ସରକାର ଆନନ୍ଦମୟ ଶିକ୍ଷାର ପ୍ରଚାର ପ୍ରସାରରେ କୌଣସି ଅଭାବ ରଖିନାହାନ୍ତି, ତଥାପି ଅନେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏବେ ବି ବେତର ପ୍ରଚାର ଓ ପ୍ରସାର ଚାଲିଛି୤ କିଛି ଶିକ୍ଷୟିତ୍ରୀ ତଥାପି ଛାତ୍ର ଛାତ୍ରୀଙ୍କୁ ଡରାଇ ଧମକାଇ ପାଠ ପଢ଼ାଉଥିବା ଦେଖାଯାଉଛି୤ ଏଥିପ୍ରତି ସରକାର କଣ ଧ୍ୟାନ ଦେଉଛନ୍ତି ? ସରକାରୀ ବିଦ୍ୟାଳୟ ମାନଙ୍କୁ ପରିଚାଳନ କରିବାପାଇଁ ଯେମିତି ସରକାରୀ ନିୟମମାନ ନିର୍ଦ୍ଧାରଣ କରାଯାଉଛି, ସେହିପରି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କ ପାଇଁ ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ ରହିଛି୤

ହସର ଉପକାରିତା

ମୁଁ ବାରମ୍ବାର ଏହି କଥା କହି ଆସୁଛି ଯେ ‘Laughter is the best medicine’ ଅର୍ଥାତ, ‘ହସିବା ସବୁଠାରୁ ଭଲ ଔଷଧ୤’ କିନ୍ତୁ ବାସ୍ତବ ଜୀବନରେ ଏହା କେତେଦୂର ସତ ତାହା କେହି ପରୀକ୍ଷା କରି ଦେଖିଛନ୍ତି କି ? ଜୀବନରେ ଶ୍ବାସକ୍ରିୟା ପରି ହସିବା ମଧ୍ୟ ଏକ ଅତ୍ୟାବଶ୍ୟକୀୟ କ୍ରିୟା ଯାହା ଆମର ଶରୀର ସହିତ ସ୍ବତଃପ୍ରବୃତ ଭାବରେ ଜନ୍ମ ନିଏ୤ ଆମକୁ କେହି ହସିବା ଶିଖାନ୍ତି ନାହିଁ୤ ଶିଶୁଟିଏ ଜନ୍ମହେବାର ତିନିମାସ ମଧ୍ୟରେ ଅନ୍ୟମାନଙ୍କୁ ଦେଖି ହସିବା ଆରମ୍ଭ କରିଦିଏ, ଏବଂ ଏହି ହସ ହିଁ ତା’ର ପ୍ରଥମ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ୤ ସେହି ହସରେ ସେ ନିଜ ମାଆ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହ ଯୋଗାଯୋଗ କରିପାରେ୤

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ସ୍ବାସ୍ଥ୍ୟର ସଂଜ୍ଞା ନିରୁପଣରେ ଯେଉଁ ସବୁ ଜିନିଷକୁ ପ୍ରାଧାନ୍ୟ ଦିଆଯାଇଛି, ସେ ସବୁକୁ ହସ ପ୍ରଭାବିତ କରିଥାଏ୤ ଶାରୀରିକ, ମାନସିକ ଓ ସାମାଜିକ ସ୍ବାସ୍ଥ୍ୟ ଯାହାର ସାମାନ୍ୟ ଥାଏ ସେ ହିଁ ସ୍ବାସ୍ଥ୍ୟବାନ ବୋଲି କୁହାଯାଏ୤ ଏବଂ ହସର ଏହି ସବୁ ଜିନିଷ ଉପରେ ବହୁତ ଅଧିକ ପ୍ରଭାବ ରହିଛି ବୋଲି ମୁଁ ବାରମ୍ବାର ମୋର ଅତୀତର ଆଲେଖ୍ୟମାନଙ୍କରେ କହି ଆସିଛି୤ ସବୁବେଳେ ହସୁଥିବା ବ୍ୟକ୍ତିମାନେ ମାନସିକ ଭାବେ ସୁସ୍ଥ ଏଥିରେ ଦ୍ବିମତ ନାହିଁ୤ ଏବଂ ମାନସିକ ସ୍ବାସ୍ଥ୍ୟର ପ୍ରଭାବ ଶରୀର ଉପରେ ଯଥେଷ୍ଟ ପରିମାଣର ରହିଛି୤ ଏବଂ ସାମାଜିକ ସ୍ବାସ୍ଥ୍ୟ ବା ପରିବେଶ ସହ କେମିତି ଖାପଖୁଆଇ ଚଳିବାକୁ ହେବ ସେ ବିଷୟରେ ଯେ ଜାଣେ ସେ ସବୁବେଳେ ଆନନ୍ଦରେ ରହିବ ହିଁ ରହିବ୤

ହସକୁ ଏକ ଅମୋଘ ଅସ୍ତ୍ର ଭାବରେ ସ୍ବାସ୍ଥ୍ୟର ଉନ୍ନତି ହେତୁ ବ୍ୟବହାର ପାଇଁ ବିଭିନ୍ନ ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚ ଗବେଷଣା ଚାଲୁ ରହିଛି୤ ଏବଂ ଆମ ଦେଶରେ ଅନେକ ହସ କ୍ଲବ ବା ଲାଫ୍‌ଟର କ୍ଲବ୍ ମାନ ଖୋଲି ଲୋକମାନଙ୍କୁ ପ୍ରାତଃ କାଳରେ ହସିବାର ବ୍ୟାୟାମମାନ ଶିଖାଯାଉଛି୤ ଏହି ସବୁ ଗବେଷଣାରୁ ଏହା ସିଦ୍ଧ ହୋଇଛି ଯେ ମାନସିକ ଭାବରେ ଦୁର୍ବଳ ବ୍ୟକ୍ତିମାନେ ମଧ୍ୟ ହାସ୍ୟ ଚିକିତ୍ସା ଦ୍ବାରା ସୁସ୍ଥ ଅନୁଭବ କରୁଛନ୍ତି୤ ଅବସରପ୍ରାପ୍ତ କର୍ମଚାରୀ, ବୃଦ୍ଧବୃଦ୍ଧାମାନେ ସାଧାରଣତଃ ମାନସିକ ଚାପର ଶିକାର ହୁଅନ୍ତି, ଏବଂ ଏହି ସବୁ ବ୍ୟକ୍ତିଙ୍କ କ୍ଷେତ୍ରରେ ହସ ଏକ ଅମୂଲ୍ୟ ଔଷଧତୁଲ୍ୟ୤ 
ଭେଷଜ ଚିକିତ୍ସା କ୍ଷେତ୍ରରେ ହୋଇଥିବା କିଛି ଗବେଷଣାରୁ ହସ ବିଷୟରେ ଯେଉଁ ସବୁ ନିଷ୍କର୍ସ ବାହାରିଛି ସେ ସବୁ ଏହିପରି ;

୧. ହସିବା ଦ୍ବାରା ଆମର ରୋଗ ପ୍ରତିଷେଧକ ଶକ୍ତିର ବିକାଶ ହୁଏ୤ ଏହା ଦ୍ବାରା ଆମ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ ଏବଂ ଟି-ସେଲ୍ ସଂଖ୍ୟାରେ ବୃଦ୍ଧି ହୋଇଥାଏ, ଯାହା ପ୍ରାକୃତିକ ଭାବରେ ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୁଏ୤
୨. ହସିବା ଦ୍ବାରା ହୃଦ୍‌ଘାତ ଜନିତ ସମସ୍ୟା ବହୁତ କମ ହୁଏ୤ ହସିବା ଫଳରେ ଶରୀରରେ ରକ୍ତ ସଂଚାଳନ ସୁରୁଖୁରୁରେ ହୁଏ ଏବଂ ଏହା ଫଳରେ ଉଚ୍ଚ ରକ୍ତଚାପ ଭଳି ରୋଗ ହୁଏ ନାହିଁ୤
୩. ହସିବା ଦ୍ବାରା ମାନସିକ ଚାପ ଦୁର ହୁଏ୤ ଉଚ୍ଚ ସ୍ବରରେ ହସିବା ଦ୍ବାରା ମାନସିକ ଚାପ ସୃଷ୍ଟିକରୁଥିବା ହର୍ମୋନ ଯଥା କର୍ଟିସୋଲ୍, ଏପିନେଫ୍ରିନ୍, ଡୋପାମିନ୍ ଆଦିର ମାତ୍ରା ଶରୀରରେ କମ ହୁଏ୤
୪. ମାନସିକ ଉତ୍ତେଜନାକୁ ହ୍ରାସ କରିବାରେ ସହାୟକ ହୁଏ ହସ୤ ଯେଉଁମାନେ ଦୀର୍ଘଦିନ ଧରି ମାନସିକ ବିଷାଦ ରୋଗାକ୍ରାନ୍ତ ସେମାନଙ୍କ କ୍ଷେତ୍ରରେ ଔଷଧ ଅପେକ୍ଷା ଅଧିକ ସୁଫଳ ଦେଇଥାଏ, ହସ୤ ଯେଉଁ ସବୁ ଘଟଣା, ଦୁର୍ଘଟଣା ଦେଖିଲେ ବିଷାଦ ହୁଏ ବା କ୍ରୋଧହୁଏ ସେ ସବୁକୁ ହସ ଦୂରେଇ ଦେଇପାରେ୤
୫. ହସିବା ଦ୍ବାରା ରକ୍ତଚାପ ସାମାନ୍ୟ ହୁଏ୤ ସେଇଥିପାଇଁ ଆମେରିକାର ଅନେକ ହାସପାତାଳରେ ଉଚ୍ଚରକ୍ତଚାପ ରୋଗୀମାନଙ୍କୁ ହାସ୍ୟରସାତ୍ମକ କାର୍ଯ୍ୟକ୍ରମମାନ ଦେଖିବାପାଇଁ ବ୍ୟବସ୍ଥା କରାଯାଉଛି୤
୬. ହସ ଏକ ପ୍ରାକୃତିକ କଷ୍ଟନିରୋଧି ଔଷଦ୤ ଗବେଷଣାରୁ ଏହା ଦେଖାଯାଇଛି ଯେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖୁଥିବା ବେଳେ ମନୁଷ୍ୟର କଷ୍ଟ ସହିବା ଶକ୍ତି ବଢ଼ିଯାଇଥାଏ୤
୭. ହସିବା ଦ୍ବାରା ପେଟ ଭିତରର ଅଙ୍ଗପ୍ରତ୍ୟଙ୍ଗ ସବୁ ହଲିଥାଏ, ଏବଂ ସେମାନଙ୍କ ରକ୍ତ ସଂଚାଳନ ବଢ଼ିଥାଏ୤ ଏହା ପ୍ରାକୃତିକ ଭାବରେ ପେଟର ଯନ୍ତ୍ରପାତିକୁ ମାଲିସ କରିଦେଇଥାଏ୤
୮. ଏକ ସଦ୍ୟପ୍ରାପ୍ତ ଗବେଷଣାରେ କୁହାଯାଇଛି ଯେ ଉଚ୍ଚରକ୍ତ ଶର୍କରା ଥିବା ରୋଗୀମାନେ ଯଦି ଖାଇବା ସମୟରେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମମାନ ଦେଖନ୍ତି, ସେମାନଙ୍କ ରକ୍ତରେ ଶର୍କରାର ମାତ୍ରା ସାମାନ୍ୟ ରହେ୤
୯. ସବୁବେଳେ ହସୁଥିବା ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ କମ ବୟସ୍କ ଦେଖାଯାଆନ୍ତି୤ ହସିବା ଦ୍ବାରା ମୁଖମଣ୍ଡଳର ୧୫ଟି ମାଂସପେଶୀ ଏକା ସାଥିରେ କାମ କରନ୍ତି, ଏବଂ ରକ୍ତ ସଂଚାଳନ ବଢ଼ିଥାଏ୤
୧୦. ହସିବା ଦ୍ବାରା ମସ୍ତିଷ୍କ ଏବଂ ଶରୀରକୁ ଶକ୍ତି ମିଳିଥାଏ୤ ହସିବା ସମୟରେ ଦୀର୍ଘଶ୍ବାସ ହେଉଥିବା ଯୋଗୁଁ ଫୁସଫୁସ ଭିତରକୁ ଅଧିକ ପରିମାଣର ଅମ୍ଲଜାନ ପ୍ରବେଶ କରିଥାଏ୤
୧୧. ସବୁବେଳେ ହସୁଥିବା ବ୍ୟକ୍ତି ବିପଦ ଆପଦ ସମୟରେ ସହଜରେ ଭାଙ୍ଗିପଡ଼ନ୍ତି ନାହିଁ୤ ଏବଂ କଠିନରୁ କଠିନ ସମୟରେ ମଧ୍ୟ ସେ ହସିପାରନ୍ତି୤ ହସିବା ସମୟରେ ମସ୍ତିଷ୍କ ସଠିକ ଭାବରେ କାମ କରେ ଏବଂ ଅସୁବିଧାରୁ ବାହାରିବାର ଉପାୟ ଆପେ ଆପେ ବୁଝାପଡ଼ିଯାଏ୤
୧୨. ହସିବା ଏକ ବ୍ୟାୟାମ ଏବଂ ଏହା ଦ୍ବାରା ନିଦ୍ରାହୀନତା ରୋଗର ଶୀକାର ବ୍ୟକ୍ତିମାନେ ସୁନ୍ଦର ନିଦ୍ରା ପାଉଥିବା କଥା ଗବେଷଣାରୁ ଜଣାପଡ଼ିଛି୤
୧୩. ହସିବା ଦ୍ବାରା ଆମେ ପରସ୍ପର ସହ ବନ୍ଧନରେ ବାନ୍ଧି ହୋଇପାରୁଛେ୤ ହସ ଦ୍ବାରା ଶରୀରରୁ ଅକ୍ସିଟୋସିନ୍ ନାମକ ହର୍ମୋନ କ୍ଷରଣ ହୁଏ,  ଏବଂ ଏହି ହର୍ମୋନର ପ୍ରଭାବରେ ଲୋକମାନେ ଅନ୍ୟମାନଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରିଥାନ୍ତି୤
୧୪. ଏହା ଏକ ସଂକ୍ରାମକ ରୋଗ କହିଲେ ବି ଚଳିବ୤ ଜଣେ ହସିଲେ ପଣେ ହସିବେ ନ୍ୟାୟରେ, ଯଦି କୌଣସି ସ୍ଥାନରେ ଅନେକ ବ୍ୟକ୍ତି ଏକତ୍ରିତ ହୁଅନ୍ତି, ତେବେ ସେଠାରେ ହାସ୍ୟରସର ପରିବେଶ ସୃଷ୍ଟି ହୋଇଥାଏ୤

ଏହା ବ୍ୟତୀତ ଆହୁରି ଅନେକ ତଥ୍ୟ ରହିଛି, ଯାହା ବର୍ତ୍ତମାନ ଗବେଷଣାର ପରିଧିରେ ଲୁଚି ରହିଛି, ଧିରେ ଧିରେ ସେ ସବୁ ମଧ୍ୟ ବାହାରକୁ ଆସିବ, ଆଉ ଆମେ ଜାଣିବାକୁ ପାଇବା୤ ସେ ଯା’ହେଉ, ହସ ଯେ ଆମ ପାଇଁ ଲାଭଜନକ ତାହା ସମସ୍ତେ ଏକ ସ୍ବରରେ କହିବେ, ତେଣୁ ହସନ୍ତୁ ଓ ହସାନ୍ତୁ୤ ଜୀବନକୁ ମନଭରି ଉପଭୋଗ କରନ୍ତୁ୤