ମୁଁ ବାରମ୍ବାର ଏହି କଥା କହି ଆସୁଛି ଯେ ‘Laughter is the best medicine’ ଅର୍ଥାତ, ‘ହସିବା ସବୁଠାରୁ ଭଲ ଔଷଧ’ କିନ୍ତୁ ବାସ୍ତବ ଜୀବନରେ ଏହା କେତେଦୂର ସତ ତାହା କେହି ପରୀକ୍ଷା କରି ଦେଖିଛନ୍ତି କି ? ଜୀବନରେ ଶ୍ବାସକ୍ରିୟା ପରି ହସିବା ମଧ୍ୟ ଏକ ଅତ୍ୟାବଶ୍ୟକୀୟ କ୍ରିୟା ଯାହା ଆମର ଶରୀର ସହିତ ସ୍ବତଃପ୍ରବୃତ ଭାବରେ ଜନ୍ମ ନିଏ ଆମକୁ କେହି ହସିବା ଶିଖାନ୍ତି ନାହିଁ ଶିଶୁଟିଏ ଜନ୍ମହେବାର ତିନିମାସ ମଧ୍ୟରେ ଅନ୍ୟମାନଙ୍କୁ ଦେଖି ହସିବା ଆରମ୍ଭ କରିଦିଏ, ଏବଂ ଏହି ହସ ହିଁ ତା’ର ପ୍ରଥମ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ ସେହି ହସରେ ସେ ନିଜ ମାଆ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହ ଯୋଗାଯୋଗ କରିପାରେ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ସ୍ବାସ୍ଥ୍ୟର ସଂଜ୍ଞା ନିରୁପଣରେ ଯେଉଁ ସବୁ ଜିନିଷକୁ ପ୍ରାଧାନ୍ୟ ଦିଆଯାଇଛି, ସେ ସବୁକୁ ହସ ପ୍ରଭାବିତ କରିଥାଏ ଶାରୀରିକ, ମାନସିକ ଓ ସାମାଜିକ ସ୍ବାସ୍ଥ୍ୟ ଯାହାର ସାମାନ୍ୟ ଥାଏ ସେ ହିଁ ସ୍ବାସ୍ଥ୍ୟବାନ ବୋଲି କୁହାଯାଏ ଏବଂ ହସର ଏହି ସବୁ ଜିନିଷ ଉପରେ ବହୁତ ଅଧିକ ପ୍ରଭାବ ରହିଛି ବୋଲି ମୁଁ ବାରମ୍ବାର ମୋର ଅତୀତର ଆଲେଖ୍ୟମାନଙ୍କରେ କହି ଆସିଛି ସବୁବେଳେ ହସୁଥିବା ବ୍ୟକ୍ତିମାନେ ମାନସିକ ଭାବେ ସୁସ୍ଥ ଏଥିରେ ଦ୍ବିମତ ନାହିଁ ଏବଂ ମାନସିକ ସ୍ବାସ୍ଥ୍ୟର ପ୍ରଭାବ ଶରୀର ଉପରେ ଯଥେଷ୍ଟ ପରିମାଣର ରହିଛି ଏବଂ ସାମାଜିକ ସ୍ବାସ୍ଥ୍ୟ ବା ପରିବେଶ ସହ କେମିତି ଖାପଖୁଆଇ ଚଳିବାକୁ ହେବ ସେ ବିଷୟରେ ଯେ ଜାଣେ ସେ ସବୁବେଳେ ଆନନ୍ଦରେ ରହିବ ହିଁ ରହିବ
ହସକୁ ଏକ ଅମୋଘ ଅସ୍ତ୍ର ଭାବରେ ସ୍ବାସ୍ଥ୍ୟର ଉନ୍ନତି ହେତୁ ବ୍ୟବହାର ପାଇଁ ବିଭିନ୍ନ ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚ ଗବେଷଣା ଚାଲୁ ରହିଛି ଏବଂ ଆମ ଦେଶରେ ଅନେକ ହସ କ୍ଲବ ବା ଲାଫ୍ଟର କ୍ଲବ୍ ମାନ ଖୋଲି ଲୋକମାନଙ୍କୁ ପ୍ରାତଃ କାଳରେ ହସିବାର ବ୍ୟାୟାମମାନ ଶିଖାଯାଉଛି ଏହି ସବୁ ଗବେଷଣାରୁ ଏହା ସିଦ୍ଧ ହୋଇଛି ଯେ ମାନସିକ ଭାବରେ ଦୁର୍ବଳ ବ୍ୟକ୍ତିମାନେ ମଧ୍ୟ ହାସ୍ୟ ଚିକିତ୍ସା ଦ୍ବାରା ସୁସ୍ଥ ଅନୁଭବ କରୁଛନ୍ତି ଅବସରପ୍ରାପ୍ତ କର୍ମଚାରୀ, ବୃଦ୍ଧବୃଦ୍ଧାମାନେ ସାଧାରଣତଃ ମାନସିକ ଚାପର ଶିକାର ହୁଅନ୍ତି, ଏବଂ ଏହି ସବୁ ବ୍ୟକ୍ତିଙ୍କ କ୍ଷେତ୍ରରେ ହସ ଏକ ଅମୂଲ୍ୟ ଔଷଧତୁଲ୍ୟ
ଭେଷଜ ଚିକିତ୍ସା କ୍ଷେତ୍ରରେ ହୋଇଥିବା କିଛି ଗବେଷଣାରୁ ହସ ବିଷୟରେ ଯେଉଁ ସବୁ ନିଷ୍କର୍ସ ବାହାରିଛି ସେ ସବୁ ଏହିପରି ;
୧. ହସିବା ଦ୍ବାରା ଆମର ରୋଗ ପ୍ରତିଷେଧକ ଶକ୍ତିର ବିକାଶ ହୁଏ ଏହା ଦ୍ବାରା ଆମ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ ଏବଂ ଟି-ସେଲ୍ ସଂଖ୍ୟାରେ ବୃଦ୍ଧି ହୋଇଥାଏ, ଯାହା ପ୍ରାକୃତିକ ଭାବରେ ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୁଏ
୨. ହସିବା ଦ୍ବାରା ହୃଦ୍ଘାତ ଜନିତ ସମସ୍ୟା ବହୁତ କମ ହୁଏ ହସିବା ଫଳରେ ଶରୀରରେ ରକ୍ତ ସଂଚାଳନ ସୁରୁଖୁରୁରେ ହୁଏ ଏବଂ ଏହା ଫଳରେ ଉଚ୍ଚ ରକ୍ତଚାପ ଭଳି ରୋଗ ହୁଏ ନାହିଁ
୩. ହସିବା ଦ୍ବାରା ମାନସିକ ଚାପ ଦୁର ହୁଏ ଉଚ୍ଚ ସ୍ବରରେ ହସିବା ଦ୍ବାରା ମାନସିକ ଚାପ ସୃଷ୍ଟିକରୁଥିବା ହର୍ମୋନ ଯଥା କର୍ଟିସୋଲ୍, ଏପିନେଫ୍ରିନ୍, ଡୋପାମିନ୍ ଆଦିର ମାତ୍ରା ଶରୀରରେ କମ ହୁଏ
୪. ମାନସିକ ଉତ୍ତେଜନାକୁ ହ୍ରାସ କରିବାରେ ସହାୟକ ହୁଏ ହସ ଯେଉଁମାନେ ଦୀର୍ଘଦିନ ଧରି ମାନସିକ ବିଷାଦ ରୋଗାକ୍ରାନ୍ତ ସେମାନଙ୍କ କ୍ଷେତ୍ରରେ ଔଷଧ ଅପେକ୍ଷା ଅଧିକ ସୁଫଳ ଦେଇଥାଏ, ହସ ଯେଉଁ ସବୁ ଘଟଣା, ଦୁର୍ଘଟଣା ଦେଖିଲେ ବିଷାଦ ହୁଏ ବା କ୍ରୋଧହୁଏ ସେ ସବୁକୁ ହସ ଦୂରେଇ ଦେଇପାରେ
୫. ହସିବା ଦ୍ବାରା ରକ୍ତଚାପ ସାମାନ୍ୟ ହୁଏ ସେଇଥିପାଇଁ ଆମେରିକାର ଅନେକ ହାସପାତାଳରେ ଉଚ୍ଚରକ୍ତଚାପ ରୋଗୀମାନଙ୍କୁ ହାସ୍ୟରସାତ୍ମକ କାର୍ଯ୍ୟକ୍ରମମାନ ଦେଖିବାପାଇଁ ବ୍ୟବସ୍ଥା କରାଯାଉଛି
୬. ହସ ଏକ ପ୍ରାକୃତିକ କଷ୍ଟନିରୋଧି ଔଷଦ ଗବେଷଣାରୁ ଏହା ଦେଖାଯାଇଛି ଯେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖୁଥିବା ବେଳେ ମନୁଷ୍ୟର କଷ୍ଟ ସହିବା ଶକ୍ତି ବଢ଼ିଯାଇଥାଏ
୭. ହସିବା ଦ୍ବାରା ପେଟ ଭିତରର ଅଙ୍ଗପ୍ରତ୍ୟଙ୍ଗ ସବୁ ହଲିଥାଏ, ଏବଂ ସେମାନଙ୍କ ରକ୍ତ ସଂଚାଳନ ବଢ଼ିଥାଏ ଏହା ପ୍ରାକୃତିକ ଭାବରେ ପେଟର ଯନ୍ତ୍ରପାତିକୁ ମାଲିସ କରିଦେଇଥାଏ
୮. ଏକ ସଦ୍ୟପ୍ରାପ୍ତ ଗବେଷଣାରେ କୁହାଯାଇଛି ଯେ ଉଚ୍ଚରକ୍ତ ଶର୍କରା ଥିବା ରୋଗୀମାନେ ଯଦି ଖାଇବା ସମୟରେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମମାନ ଦେଖନ୍ତି, ସେମାନଙ୍କ ରକ୍ତରେ ଶର୍କରାର ମାତ୍ରା ସାମାନ୍ୟ ରହେ
୯. ସବୁବେଳେ ହସୁଥିବା ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ କମ ବୟସ୍କ ଦେଖାଯାଆନ୍ତି ହସିବା ଦ୍ବାରା ମୁଖମଣ୍ଡଳର ୧୫ଟି ମାଂସପେଶୀ ଏକା ସାଥିରେ କାମ କରନ୍ତି, ଏବଂ ରକ୍ତ ସଂଚାଳନ ବଢ଼ିଥାଏ
୧୦. ହସିବା ଦ୍ବାରା ମସ୍ତିଷ୍କ ଏବଂ ଶରୀରକୁ ଶକ୍ତି ମିଳିଥାଏ ହସିବା ସମୟରେ ଦୀର୍ଘଶ୍ବାସ ହେଉଥିବା ଯୋଗୁଁ ଫୁସଫୁସ ଭିତରକୁ ଅଧିକ ପରିମାଣର ଅମ୍ଲଜାନ ପ୍ରବେଶ କରିଥାଏ
୧୧. ସବୁବେଳେ ହସୁଥିବା ବ୍ୟକ୍ତି ବିପଦ ଆପଦ ସମୟରେ ସହଜରେ ଭାଙ୍ଗିପଡ଼ନ୍ତି ନାହିଁ ଏବଂ କଠିନରୁ କଠିନ ସମୟରେ ମଧ୍ୟ ସେ ହସିପାରନ୍ତି ହସିବା ସମୟରେ ମସ୍ତିଷ୍କ ସଠିକ ଭାବରେ କାମ କରେ ଏବଂ ଅସୁବିଧାରୁ ବାହାରିବାର ଉପାୟ ଆପେ ଆପେ ବୁଝାପଡ଼ିଯାଏ
୧୨. ହସିବା ଏକ ବ୍ୟାୟାମ ଏବଂ ଏହା ଦ୍ବାରା ନିଦ୍ରାହୀନତା ରୋଗର ଶୀକାର ବ୍ୟକ୍ତିମାନେ ସୁନ୍ଦର ନିଦ୍ରା ପାଉଥିବା କଥା ଗବେଷଣାରୁ ଜଣାପଡ଼ିଛି
୧୩. ହସିବା ଦ୍ବାରା ଆମେ ପରସ୍ପର ସହ ବନ୍ଧନରେ ବାନ୍ଧି ହୋଇପାରୁଛେ ହସ ଦ୍ବାରା ଶରୀରରୁ ଅକ୍ସିଟୋସିନ୍ ନାମକ ହର୍ମୋନ କ୍ଷରଣ ହୁଏ, ଏବଂ ଏହି ହର୍ମୋନର ପ୍ରଭାବରେ ଲୋକମାନେ ଅନ୍ୟମାନଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରିଥାନ୍ତି
୧୪. ଏହା ଏକ ସଂକ୍ରାମକ ରୋଗ କହିଲେ ବି ଚଳିବ ଜଣେ ହସିଲେ ପଣେ ହସିବେ ନ୍ୟାୟରେ, ଯଦି କୌଣସି ସ୍ଥାନରେ ଅନେକ ବ୍ୟକ୍ତି ଏକତ୍ରିତ ହୁଅନ୍ତି, ତେବେ ସେଠାରେ ହାସ୍ୟରସର ପରିବେଶ ସୃଷ୍ଟି ହୋଇଥାଏ
ଏହା ବ୍ୟତୀତ ଆହୁରି ଅନେକ ତଥ୍ୟ ରହିଛି, ଯାହା ବର୍ତ୍ତମାନ ଗବେଷଣାର ପରିଧିରେ ଲୁଚି ରହିଛି, ଧିରେ ଧିରେ ସେ ସବୁ ମଧ୍ୟ ବାହାରକୁ ଆସିବ, ଆଉ ଆମେ ଜାଣିବାକୁ ପାଇବା ସେ ଯା’ହେଉ, ହସ ଯେ ଆମ ପାଇଁ ଲାଭଜନକ ତାହା ସମସ୍ତେ ଏକ ସ୍ବରରେ କହିବେ, ତେଣୁ ହସନ୍ତୁ ଓ ହସାନ୍ତୁ ଜୀବନକୁ ମନଭରି ଉପଭୋଗ କରନ୍ତୁ

No comments:
Post a Comment