ସ୍ବତନ୍ତ୍ରଉତ୍କଳ ପ୍ରଦେଶ ଭାରତୀୟ ଉପମହାଦ୍ବୀପର ଦକ୍ଷିଣ-ପୂର୍ବ କୋଣରେ ଅବସ୍ଥିତ ଏକ ରାଜ୍ୟ ଉତ୍ତରରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା, ପଶ୍ଚିମରେ ଛତିଶଗଡ଼ ଓ ପୂର୍ବରେ ବଙ୍ଗୋପସାଗରଦ୍ବାରା ପରିବେଷ୍ଠିତ ଆମ ରାଜ୍ୟ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏକ ରାଜ୍ୟ ଭାରତରେ ଥିବା ୨୯ଟି ରାଜ୍ୟମଧ୍ୟରେ ସ୍ଥଳଭାଗର କ୍ଷେତ୍ରଫଳ ହିସାବରେ ଦେଶରେ ନବମ ବଡ଼ରାଜ୍ୟ ହେଉଛି ଓଡ଼ିଶା ଓଡ଼ିଆ ହେଉଛି ଆମ ରାଜ୍ୟର ରାଜ୍ୟଭାଷା
ଆମ ରାଜ୍ୟର ଅତୀତ ଅତ୍ୟନ୍ତ ଗୌରବମୟ ଯେଉଁ ରାଜ୍ୟରେ ଦେବତା ମନୁଷ୍ୟରୂପରେ ଆସି ଲୀଳାଖେଳ କରୁଛନ୍ତି ସେହି ରାଜ୍ୟ ଅତୀତରେ ଥିଲା ଅପରାଜେୟ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ କଳିଙ୍ଗ ସମ୍ରାଜ୍ୟ ଅତୀତରେ ଭାରତର ଏକ ପ୍ରମୁଖ ରାଜ୍ୟଥିଲା ୨୬୧ ଖ୍ରୀଷ୍ଟପୂର୍ବରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ନରସଂହାର ଫଳରେ ଏହି ରାଜ୍ୟର ପତନ ଘଟିଥିଲା ଏବଂ ଏହାପରେ ଯାହା ରହିଯାଇଥିଲା ତାହା ବର୍ତ୍ତମାନର ଓଡ଼ିଶା କହିଲେ ଅତ୍ୟୁକ୍ତି ହେବନାହିଁ କେବଳ ଭାଷା ଭିତ୍ତିକ ରାଜ୍ୟ ଭାବରେ ଜନ୍ମ ନେଇଥିବା ଓଡ଼ିଶା ପରାଧୀନ ଭାରତରେ ଏକ ଅଞ୍ଚଳ ଭାବରେ ସ୍ବାଧୀନତା ପାଇଥିଲା ଅପ୍ରେଲ ୧ ତାରିଖ ୧୯୩୬ ମସିହାରେ, ସେହି ଦିନରୁ ଏହି ଦିବସକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଉଛି ଯଦିଓ ଆମ ରାଜ୍ୟର ନାମ ଓଡ଼ିଶା ତଥାପି ଆମ ଇତିହାସରେ ଏହାକୁ ଉତ୍କଳ ବା ଉତ୍କୃଷ୍ଟ କଳାର ଦେଶ ଭାବରେ ବ୍ୟାଖ୍ୟା କରାଯାଇଛି ଏହା ଭାରତର ରାଷ୍ଟ୍ରୀୟ ସଙ୍ଗୀତ (ଜନ ଗଣ ମନରେ) ରେ ମଧ୍ୟ ଉଲ୍ଲେଖ ରହିଛି ୧୧୩୫ ଖ୍ରୀଷ୍ଟାବ୍ଦରେ ମହାରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଉତ୍କଳକୁ ରାଜୁତି କରୁଥିବା ସମୟରେ କଟକକୁ ନିଜର ରାଜଧାନୀ ଭାବରେ ଘୋଷଣା କରିଥିଲେ ଯାହା ଦୀର୍ଘ ଅନେକ ଶତାବ୍ଦୀ ଧରି ଓଡ଼ିଶାର ରାଜଧାନୀ ହୋଇ ରହିଥିଲା ୧୯୪୮ ମସିହାରେ ଏହାକୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା
ଓଡ଼ିଶାର ନାମକରଣ ବିଷୟରେ ଅନେକ ତଥ୍ୟ ଗବେଷଣାକାରଙ୍କ ପାଖରେ ଉପଲବ୍ଧ ରହିଛି ଅତୀତରେ ଓଡ଼ିଶାକୁ ଉଡ୍ର ଦେଶ ବୋଲି କୁହାଯାଉଥିବା କଥା ଅନେକ କଥାସାହିତ୍ୟରେ ଦେଖିବାକୁ ମିଳେ ପାଲି ଭାଷାରେ ଏହି ରାଜ୍ୟର ପ୍ରଜାଙ୍କୁ ଓଡ଼କ ବୋଲି କୁହାଯାଉଥିବା କଥା ଦେଖିବାକୁ ମିଳେ ଶାରଳା ଦାସ ଓଡ଼ିଆ ମହାଭାରତରେ ଆମ ରାଜ୍ୟର ନାମ ଓଡ଼୍ର ରାଷ୍ଟ୍ର ବା ଓଡ଼ିଶା ବୋଲି ଉଲ୍ଲେଖ କରିଛନ୍ତି ସେହିପରି ଗଜପତି ବଂଶଜ ରାଜା କପିଳେନ୍ଦ୍ରଦେବ (୧୪୩୫-୬୭ ମସିହା) ପୁରୀ ଶ୍ରୀମନ୍ଦିର ବେଢ଼ାରେ ଥିବା ଅନେକ ଲିପିରେ ଏହି ଅଞ୍ଚଳକୁ ଓଡ଼ିଶା ବା ଓଡ଼ିଶା ରାଜ୍ୟ ବୋଲି ଉଲ୍ଲେଖ କରିଛନ୍ତି
ଓଡ଼ିଶା ରାଜ୍ୟ ବିଷୟରେ ଅତୀତର ମହାଗ୍ରନ୍ଥ ମହାଭାରତ, ବାୟୁପୁରାଣ ଏବଂ ମହାଗୋବିନ୍ଦ ସୁତ୍ତାନ୍ତରେ ଉଲ୍ଲେଖ ରହିଛି ଓଡ଼ିଶାର ଶବର ଜାତିର ଲୋକଙ୍କ ବିଷୟରେ ମହାଭାରତରେ ଉଲ୍ଲେଖ ରହିଛି ଇତିହାସ କୁହେ ମୌର୍ଯ୍ୟ ସମ୍ରାଟ ଅଶୋକ ଉତ୍କଳକୁ ଜୟ କରିବା ଆଶାରେ କରିଥିବା ଯୁଦ୍ଧରେ ଅନ୍ୟୁନ ଦଶ ଲକ୍ଷ ଓଡ଼ିଆ ପ୍ରାଣ ହରାଇଥିବା ବେଳେ ପନ୍ଦର ଲକ୍ଷ ଓଡ଼ିଆଙ୍କୁ ସେ ପଣବନ୍ଦୀ କରି ରଖିଥିଲେ ଏହି ବିଶାଳ ଯୁଦ୍ଧକୁ ଆମେ କଳିଙ୍ଗ ଯୁଦ୍ଧ ବୋଲି କୁହାଯାଏ ଯୁଦ୍ଧର ବିଭିଷୀକା ଏତେ ଥିଲା ଯେ ଦୟାନଦୀର ଜଳ ରକ୍ତରେ ଲାଲ୍ ହୋଇଯାଇଥିଲା ଏହା ଦେଖି ଅଶୋକ ଯୁଦ୍ଧ ତ୍ୟାଗ କରି ଶାନ୍ତି ପଥର ଯାତ୍ରୀ ହୋଇଥିଲେ ଏବଂ ସେ ବୌଦ୍ଧ ଧର୍ମକୁ ଆପଣେଇ ନେବା ସହ ବିଶ୍ବରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟ କରିଥିଲେ
୧୫୦ ଖ୍ରୀଷ୍ଟପୂର୍ବ ବେଳକୁ ଜୈନ ସମ୍ରାଟ ଖାରବେଳ ଓଡ଼ିଶାକୁ ରାଜୁତି କରିବ ସହ ଭାରତ ଭୂଖଣ୍ଡର ଏକ ବିସ୍ତୃତ ଅଞ୍ଚଳକୁ ଅକ୍ତିଆର କରିଥିଲେ ସେ ଉଦୟଗିରି ଗୁମ୍ଫାରେ କୀର୍ତ୍ତିମାନ ନିର୍ମାଣ କରାଇଥିଲେ ତାଙ୍କ ପରେ ସମୁଦ୍ରଗୁପ୍ତ, ଶଶାଙ୍କ ଆଦି ରାଜା ମାନେ ଓଡ଼ିଶାକୁ ରାଜୁତି କରିଥିଲେ ପରେ ସୋମବଂଶୀ ରାଜା ଯଯାତି (ଖ୍ରୀଷ୍ଟାବ୍ଦ ୧୦୨୫) ଙ୍କ ଦ୍ବାରା ଓଡ଼ିଶାରେ ଅନେକ ମନ୍ଦିରର ନିର୍ମାଣ ହୋଇଥିଲା ସେ ଲିଙ୍ଗରାଜ ମନ୍ଦିର ନିର୍ମାଣ କରିଥିଲେ ଅନନ୍ତବର୍ମନ ଚୋଡ଼ଗଙ୍ଗ ଜଗନ୍ନାଥ ମନ୍ଦିରର ପୁନରୋଦ୍ଧାର ଏବଂ ନିର୍ମାଣ କରାଇଥିଲେ, ନରସିଂହଦେବ କୋଣାର୍କ ମନ୍ଦିରର ନିର୍ମାଣ କରାଇଥିଲେ
ସମଗ୍ର ଦେଶରେ ମୋଗଲ ସାମ୍ରାଜ୍ୟର ବ୍ୟାପ୍ତି ହେଉଥିବା ବେଳେ ଓଡ଼ିଶା ଏହାଠାରୁ ବହୁ ଦୂରରେ ଥିଲା କିନ୍ତୁ ଶେଷ ଓଡ଼ିଆ ସମ୍ରାଟ ମୁକୁନ୍ଦଦେବ ଯୁଦ୍ଧରେ ପ୍ରାଣ ହାରିବା ପରେ ରାମଚନ୍ଦ୍ର ଭଞ୍ଜ ଓଡ଼ିଶାରେ ମୋଗଲ ସାମ୍ରାଜ୍ୟର ଉତଥାନ କରିବାକୁ ସ୍ବପ୍ନ ଦେଖିଥିଲେ କିନ୍ତୁ ସେ ବି ଯୁଦ୍ଧରେ ପ୍ରାଣ ହାରିବା ପରେ ଅନେକ ଲୋକ ଏଠାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ହେଲେ ଶେଷରେ ୧୭୫୧ ମସିହାରେ ବଙ୍ଗଳାର ନବାବ ଆଲିବର୍ଦି ଖାନ୍ ଏହି ଅଞ୍ଚଳକୁ ମରାଠା ସାମ୍ରାଜ୍ୟ ସହ ଯୋଡ଼ିଦେଇଥିଲେ
ବ୍ରିଟିଶ ସାମ୍ରାଜ୍ୟ ସମୟରେ ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ମାଡ୍ରାସ୍ ପ୍ରେସିଡେନ୍ସି ଏବଂ ଉତ୍ତରାଞ୍ଚଳକୁ ବେଙ୍ଗାଲ୍ ପ୍ରେସିଡେନ୍ସି ଅନ୍ତର୍ଭୂକ୍ତ କରାଯାଇଥିଲା ଏହି ସମୟରେ ଓଡ଼ିଶାରେ ବକ୍ସି ଜଗବନ୍ଧୁ ଏବଂ ଜୟୀ ରାଜଗୁରୁ ଆଦି ଆଞ୍ଚଳିକ ମୁଖ୍ୟମାନେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ, ଯଦିଓ ପ୍ରଥମ ସିପାହୀ ବିଦ୍ରୋହ ଓଡ଼ିଶାର ଖୋର୍ଦ୍ଧା ଗଡ଼ରୁ ଆରମ୍ଭ ହୋଇଥିଲା, ଏହାକୁ ଖୁବ୍ ଶୀଘ୍ର ଦମନ କରାଯାଇଥିଲା ଏବଂ ସେଇଥିପାଇଁ ଏହାକୁ ଇତିହାସକାର ମାନେ କୌଣସି ଗୁରୁତ୍ତ୍ବ ଦେଇନଥିଲେ ବିଭିନ୍ନ ଇତିହାସ ପୁସ୍ତିକାରେ ସିପାହୀ ବିଦ୍ରୋହକୁ ମଙ୍ଗଳପାଣ୍ଡେଙ୍କ ସହ ଯୋଡ଼ି ଦେଖାଯାଏ ହେଲେ ପ୍ରକୃତ ସିପାହୀ ବିଦ୍ରୋହ ଓଡ଼ିଶାରେ ୧୮୧୮ ମସିହାରେ ହୋଇଥିଲା ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ସରକାରଙ୍କ ଅପାରଗତା ଓ ଆମ ଓଡ଼ିଆ ଲୋକଙ୍କ ନେତୃତ୍ବହୀନତା ହେତୁ ଅନ୍ୟୁନ ଦଶଲକ୍ଷ ଲୋକଙ୍କ ପ୍ରାଣ ଚାଲିଗଲା
୧୯୦୩ ମସିହାରେ କୁଳବୃଦ୍ଧ ମଧୁସୁଦନଙ୍କ ନେତୃତ୍ବରେ ପାରଳାଖେମୁଣ୍ଡିର ତତ୍କାଳୀନ ରାଜା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉତ୍କଳ ସମ୍ମିଳନୀର ସ୍ଥାପନା କରାଯାଇଥିଲା ସେହି ସମୟରେ ବଙ୍ଗଳା ଭାଷାଭାସୀ ଶିକ୍ଷକ ମାନଙ୍କୁ ଓଡ଼ିଶାରେ ଅବସ୍ଥାପିତ କରାଇ ଓଡ଼ିଆ ଭାଷାର ଅବସ୍ଥିତିକୁ ସଂକଟାପର୍ନ୍ନ ଅବସ୍ଥାକୁ ନେଇଯାଉଥିବା କିଛି ରାଜନୈତିକ ଷଡ଼ଯନ୍ତ୍ରକୁ ଉତ୍କଳ ସମ୍ମିଳନୀ ସାହାସର ସହ ମୁକାବିଲା କରିବା ପରେ ଓଡ଼ିଆ ଭାଷା ଏକ ସ୍ବତନ୍ତ୍ର ଭାଷା ବୋଲି ସିଦ୍ଧ ହୋଇଥିଲା ଏବଂ ଏହି ଭିତ୍ତିରେ ଅପ୍ରେଲ ୧ ତାରିଖ ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ସାର୍ ଜନ୍ ଅଷ୍ଟିନ୍ ହବାକ ସ୍ବାଧୀନ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ରହିଥିବା ବେଳେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ଭାରତ ସ୍ବାଧୀନ ହେବାପରେ ୧୯୪୭ ମସିହା ଡିସେମ୍ବର ୨୭ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଭାରତୀୟ ଗଣତନ୍ତ୍ରର ଅଂଶ ହୋଇଥିଲା
ବର୍ଷ ୨୦୧୧ର ଜନଗଣନା ଅନୁସାରେ ଓଡ଼ିଶାର ଜନସଂଖ୍ୟା ୪୧,୯୪୭,୩୫୮ ଏବଂ ଏଥିରୁ ୨୧,୨୦୧,୬୭୮ (୫୦.୫୪%) ପୁରୁଷ ଏବଂ ୨୦,୭୪୫,୬୮୦ (୪୯.୪୬%) ମହିଳା ରହିଥିବା ବେଳେ ରାଜ୍ୟର ପୁରୁଷ ମହିଳା ଅନୁପାତ ୧୦୦୦ ରେ ୯୭୮ ବୋଲି ଜଣାଯାଇଛି ଓଡ଼ିଶାର ଜନସଂଖ୍ୟାର ୮୧.୮% ଲୋକ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ଅନ୍ୟମାନେ ବଙ୍ଗଳା, ହିନ୍ଦୀ, ତେଲୁଗୁ ଓ ସାନ୍ଥାଳୀ ଭାଷାରେ ବାର୍ତ୍ତାଳାପ କରୁଥିବା ଜଣାପଡ଼େ ଓଡ଼ିଶାର ଜନସଂଖ୍ୟାର ୩୮.୬୬% ଭାଗ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ଯେଉଁଥିରେ ବଣ୍ଡା, ସାନ୍ତାଳ, ମୁଣ୍ଡ, ଓରା, କନ୍ଧ, ମହାଲି ଇତ୍ୟାଦି ଅନ୍ତର୍ଭୂକ୍ତ

No comments:
Post a Comment