ପଖାଳ ଓଡ଼ିଆମାନଙ୍କ ଅତି ପ୍ରିୟ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ଖରାଦିନ ଆସିବା ପୂର୍ବରୁ ଅନେକ ଘରମାନଙ୍କରେ ପଖାଳର ବ୍ୟବହାର ବୃଦ୍ଧିପାଇଥାଏ ସାଧାରଣତଃ ଭାତକୁ ପାଣିରେ ପକାଇ ଖାଇବାର ବିଧିକୁ ପଖାଳ ବୋଲି କୁହାଯାଏ, କିନ୍ତୁ ଏହାର ଭିନ୍ନ ଭିନ୍ନ ପ୍ରକାର ବି ରହିଛି, ଏବଂ ଓଡ଼ିଶା ସମେତ ପୂର୍ବୋତ୍ତର ରାଜ୍ୟସମୁହ ଯଥା ପଶ୍ଚିମ ବଙ୍ଗ, ଆସାମ, ଏବଂ ଛତିଶଗଡ଼ରେ ମଧ୍ୟ ପଖାଳ ଖିଆଯାଉଥିବାର ଉଦାହରଣ ରହିଛି ଏହା ବ୍ୟତୀତ ଭାରତ ବାହାରେ ନେପାଳ ଏବଂ ବଙ୍ଗଳାଦେଶରେ ମଧ୍ୟ ପଖାଳର ଚାହିଦା ରହିଛି
ପଖାଳର ଲୋକପ୍ରିୟତାକୁ ଦେଖି କିଛି ଉତ୍ସାହୀ ଓଡ଼ିଆଙ୍କ ଆହ୍ବାନରେ ପ୍ରତିବର୍ଷ ମାର୍ଚ୍ଚମାସ ୨୦ ତାରିଖକୁ ବିଶ୍ବ ପଖାଳ ଦିବସ ଭାବରେ ପାଳନ କରାଯାଉଛି ପଖାଳର ଆକ୍ଷରିକ ଅର୍ଥ ସଂସ୍କୃତ ଶବ୍ଦ ପ୍ରକ୍ଷାଳନ ବା ଓଡ଼ିଆ ଶବ୍ଦ ପଖାଳିବା (ଧୋଇବା) ରୁ ଅଣାଯାଇଥିବା କୁହାଯାଏ ଅର୍ଜୁନ ଦାସ ( ୧୫୨୦ - ୧୫୩୦ ଖ୍ରୀଷ୍ଟାବ୍ଦ ) ଙ୍କ କବିତା ସଂଗ୍ରହ କଳ୍ପଲତାରେ ଏହାର ବ୍ୟବହାର ବିଷୟରେ ଉଲ୍ଲେଖ ରହିଛି ସଠିକ ଭାବରେ କୁହାଯାଇ ପାରିବନାହିଁ ଯେ ପଖାଳ କେବେ ଆଉ କେମିତି ଓଡ଼ିଆ ମାନଙ୍କ ଖାଦ୍ୟରେ ସଂପୃକ୍ତ ହୋଇଥିଲା କିନ୍ତୁ ଏହା ପୁରୀ ଶ୍ରୀ ଜଗନ୍ନାଥଙ୍କ ଭୋଗରେ ଲାଗୁଥିବା କଥା ଆମେ ଇତିହାସରୁ ଜାଣିବାକୁ ପାଉ ଦକ୍ଷିଣପୂର୍ବ ଏସିଆର ସମସ୍ତ ଦେଶ ବିଶେଷତଃ ଧାନ ଅମଳ ଉପରେ ନିର୍ଭର କରନ୍ତି ଏବଂ ଭାତର ବ୍ୟବହାର ସମସ୍ତ ଦେଶରେ ଦେଖାଯାଏ ହୁଏତ ବାସି ଭାତକୁ ଆଗାମୀ ଦିନରେ ଖାଇବା ଯୋଗ୍ୟ କରି ରଖିବାପାଇଁ ସେଥିରେ ପାଣିଦେଇ ରଖିବା ପରଠାରୁ ପଖାଳ ଖାଇବାର ଆରମ୍ଭ ହୋଇଥାଇପାରେ ବୋଲି ଆମେ ଅନୁମାନ କରୁ
ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ ବହୁତ ସହଜ ଯଦି ଆପଣ ସଜ ପଖାଳ ଖାଇବାକୁ ଚାହାନ୍ତି, ତେବେ ଗରମ ଭାତକୁ କଂସାରେ ନେଇ ସେଥିରେ ପାଣି ପକାଇ ଆବଶ୍ୟକ ଅନୁସାରେ ଲୁଣ ଏବଂ ଲେମ୍ବୁ କିମ୍ବା ଦହି ପକାଇ ଖାଇପାରିବେ ଆଉ ଯଦି ବାସିପଖାଳ ଖାଉଥାନ୍ତି, ତେବେ ବାସି ଭାତରେ ଦହି କିମ୍ବା ଅନ୍ୟ ସାମଗ୍ରୀ ମିଶେଇ ଖାଇ ପାରିବେ
ପଖାଳରେ ପୁଣି ବିବିଧତା ଦେଖାଦେଉଛି ଅନେକ ପ୍ରକାରର ପଖାଳ ଦେଖିବାକୁ ମିଳିଲାଣି ଖରାଦିନମାନଙ୍କରେ ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ବିଭିନ୍ନ ହୋଟେଲ ଏବଂ ଭୁବନେଶ୍ବରର କିଛି ତାରକା ହୋଟେଲରେ ମଧ୍ୟ ପଖାଳ ମିଳୁଥିବା କଥା ଆମେ ଜାଣିବାକୁ ପାଇଲୁଣି ବ୍ରହ୍ମପୁର ସହରରେ ବିଭିନ୍ନ ହୋଟେଲ ସାମନାରେ ପଖାଳ ମିଳୁଥିବା କଥା ସେମାନେ ଉଲ୍ଲେଖ କରିଛନ୍ତି ମାତ୍ର ପନ୍ଦରରୁ କୋଡ଼ିଏ ଟଙ୍କାରେ ପଖାଳ ଖାଇବାକୁ ମିଳୁଛି

No comments:
Post a Comment