ବିଗତ ଦଶନ୍ଧିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଲା, ଯାହା ଆମ ପରି ପୁରାତନ ଛାତ୍ରମାନଙ୍କ ପାଇଁ କୌଣସି ମ୍ୟାଜିକ୍ ଠାରୁ କମ ନଥିଲା ପ୍ରଥମଥର ପାଇଁ ଶିକ୍ଷାକୁ ଆନନ୍ଦମୟ ଶିକ୍ଷା ବୋଲି ନାମ ଦିଆଗଲା ଅର୍ଥାତ ଶିଶୁମାନେ ବିନା କୌଣସି ଦ୍ବିଧା ବା ପରିଶ୍ରମରେ ଆନନ୍ଦରେ ଶିକ୍ଷା ପାଇବେ ଗାଁ ମାନଙ୍କରେ ଥିବା ସମସ୍ତ ବିଦ୍ୟାଳୟ କାନ୍ଥରେ ସୁନ୍ଦର ଚିତ୍ର ଦ୍ବାରା ଏହି ବାର୍ତ୍ତା ପ୍ରଚାର କରାଗଲା ଏହାଫଳରେ ବେତ୍ରାଘାତ ଦେଇ ପାଠପଢ଼ାଉଥିବା ଶିକ୍ଷକମାନଙ୍କୁ ବେତ ଛାଡ଼ିବାକୁ ପଡ଼ିଲା ବିଦ୍ୟାଳୟମାନଙ୍କରେ ଉପସ୍ଥାନ ବଢ଼ିବାକୁ ଲାଗିଲା ବୋଲି ସରକାରୀ ସ୍ତରରେ କୁହାଗଲା ଅନେକ ବିଦ୍ୟାଳୟର ପ୍ରାଙ୍ଗଣକୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ବହୁ କଷ୍ଟକରି ସୁନ୍ଦର ଉପବନମାନ ତିଆରି କଲେ, ଏହି ଭିତ୍ତିରେ ବିଭିନ୍ନ ବିଦ୍ୟାଳୟକୁ ପୁରସ୍କୃତ ବି କରାଗଲା ଅବଶ୍ୟ ଏହାଫଳରେ ଶିକ୍ଷକମାନଙ୍କ ଘର ପାଇଁ ଶାଗ, କଖାରୁ, ଜହ୍ନି, ଭେଣ୍ଡି, ଅମୃତଭଣ୍ଡା ଆଦି ମାଗଣାରେ ବି ମିଳିଲା
ଏହି ସମୟରେ ନିଶ୍ଚୟ ଭାବରେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ହୋଇଥାଇପାରେ, କାରଣ ବିଦ୍ୟାଳୟରେ ପାଠପଢ଼ା ସହିତ ଖେଳକୁଦ, ବଗିଚାରେ କାମ ଆଦି କରିବାର ରୁଚି ହେତୁ ପିଲାମାନେ ବିଦ୍ୟାଳୟର ବାରଣ୍ଡାରେ ପାଦ ଦେଲେ ଠିକ୍ ଏହି ସମୟରେ ସହରାଞ୍ଚଳରେ ଶିଶୁମାନେ ମଧ୍ୟ ଶିକ୍ଷାଗ୍ରହଣ କ୍ଷେତ୍ରରେ ଆଗଭର ଥିଲେ, ହେଲେ ସେମାନଙ୍କ ଶିକ୍ଷା କିନ୍ତୁ ଆନନ୍ଦମୟ ଥିଲା, ଏହା କହିବା ଅସମ୍ଭବ ତିନି ଚାରିବର୍ଷର କୋମଳମତି ଶିଶୁମାନଙ୍କ ପିଠିରେ ପାଞ୍ଚ ଦଶ କିଲୋଗ୍ରାମର ବସ୍ତାନି ଲଦି ଦିଆଯାଇ ଶିକ୍ଷିତ କରିବାର ଯେଉଁ ପ୍ରୟାସ କନ୍ଭେଣ୍ଟ୍ ସ୍କୁଲମାନେ କଲେ, ଏହାଫଳରେ ଶିକ୍ଷା ଆନନ୍ଦମୟ କେମିତି ହେଲା ଜାଣିପାରିଲୁ ନାହିଁ
ଓଡ଼ିଆ ମାଧ୍ୟମ ଅର୍ଥାତ ସରକାରୀ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀ ସାଧାରଣତଃ ପାଞ୍ଚବର୍ଷ ବୟସରୁ ପାଠ ଆରମ୍ଭ କରୁଥିବା ବେଳେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ଦୁଇରୁ ତିନି ବର୍ଷର ଶିଶୁମାନଙ୍କୁ ନେଇ ପାଠପଢ଼ା ଆରମ୍ଭ ହେଉଛି ପାଞ୍ଚବର୍ଷ ବୟସ ହେଲାବେଳକୁ ଏହି ସବୁ ଶିଶୁମାନେ ଇଂରାଜୀ, ହିନ୍ଦୀ ଏବଂ ସ୍ଥାନେ ସ୍ଥାନେ ଓଡ଼ିଆରେ ମଧ୍ୟ ପଢ଼ିବା ଓ ଲେଖିବା ଶିଖିଯାଉଛନ୍ତି ଅବଶ୍ୟ ବୌଦ୍ଧିକ ବିକାଶ ଦିଗରେ ଏହା ବହୁତ ସାହାଯ୍ୟ କରିବ ତା ନିଃସନ୍ଦେହ ସତ୍ୟ, କିନ୍ତୁ ଏତେ କମ ବୟସରୁ ପିଲାମାନଙ୍କୁ ଶିକ୍ଷାଦାନ କରିବାପାଇଁ ଏତେ ଅଧିକ ପାଠ ପଢ଼ିବାକୁ ଦେବା କଣ ସେମାନଙ୍କ ଶୈଶବକୁ ନଷ୍ଟ କରୁନାହିଁ କି ?
ଯଦିଓ ସରକାର ଆନନ୍ଦମୟ ଶିକ୍ଷାର ପ୍ରଚାର ପ୍ରସାରରେ କୌଣସି ଅଭାବ ରଖିନାହାନ୍ତି, ତଥାପି ଅନେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏବେ ବି ବେତର ପ୍ରଚାର ଓ ପ୍ରସାର ଚାଲିଛି କିଛି ଶିକ୍ଷୟିତ୍ରୀ ତଥାପି ଛାତ୍ର ଛାତ୍ରୀଙ୍କୁ ଡରାଇ ଧମକାଇ ପାଠ ପଢ଼ାଉଥିବା ଦେଖାଯାଉଛି ଏଥିପ୍ରତି ସରକାର କଣ ଧ୍ୟାନ ଦେଉଛନ୍ତି ? ସରକାରୀ ବିଦ୍ୟାଳୟ ମାନଙ୍କୁ ପରିଚାଳନ କରିବାପାଇଁ ଯେମିତି ସରକାରୀ ନିୟମମାନ ନିର୍ଦ୍ଧାରଣ କରାଯାଉଛି, ସେହିପରି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କ ପାଇଁ ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ ରହିଛି

No comments:
Post a Comment