ଓଡ଼ିଶା ସ୍ବାଧୀନ ହୋଇଥିଲା ୧୯୩୬ ମସିହାରେ ଏବଂ ବର୍ତ୍ତମାନ ୨୦୧୫ ମାନେ ପ୍ରାୟ ଅଶି ବର୍ଷ ବିତିଗଲାଣି ହେଲେ ଏତେ ବର୍ଷରେ କଣ ପରିବର୍ତ୍ତନ ହୋଇଛି ? ଆମ ରାଜ୍ୟ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟ ବୋଲି ସମସ୍ତେ ଜାଣନ୍ତି, ଆମେ ବି ପିଲାଦିନୁ ଖଣି, ଖଦାନ, କୋଲିଆରୀ କଥା ଶୁଣି ଶୁଣି ବଡ଼ ହୋଇଛୁ ସ୍କୁଲରେ ପଢୁଥିବା ବେଳେ ଆମ ଶିକ୍ଷକମାନେ ଆମକୁ କହିଥିଲେ ଦିନ ଆସିବ ଓଡ଼ିଶାରେ ସୁନା ଫଳିବ, ଆମ ମାଟି ଭାରି ଉର୍ବର, ଭଲ ଚାଷବାସ ହୁଏ ଖୋଳିଲେ ଖଣିଜ ମିଳେ, ଖୋଜିଲେ ଅଜସ୍ର ବନସମ୍ପଦ ମିଳେ, ଉପକୂଳ ୪୫୦ କିମିରୁ ଅଧିକ, ସାମୁଦ୍ରିକ ଦ୍ରବ୍ୟର ପ୍ରଚୁରତା ଏଠି ହେଲେ ଅଶିବର୍ଷ ପରେ ଏବେ ବି ଆମ ରାଜ୍ୟର ଲୋକଙ୍କୁ ଏକ ଟଙ୍କିଆ ଚାଉଳ ଆଉ ପାଞ୍ଚ ଟଙ୍କିଆ ଭାତଡାଲମା ଦରକାର ପଡୁଛି କାହିଁକି ? ରାଜ୍ୟ ସରକାର ରୋଜଗାର ପାଇଁ ଭିତ୍ତିଭୂମି ବୃଦ୍ଧି ନକରି, ଲୋକଙ୍କୁ ମାଗଣାରେ ଏହି ସବୁ ଜିନିଷ ଦେଇ ଦେଇ ଦିନକୁ ଦିନ ଆମ ଲୋକଙ୍କୁ କର୍ମକୋଢ଼ିଆ କରାଇ ଦେଉନାହାନ୍ତି କି ?
ଚାଷବାସ କରିବାପାଇଁ କୁଶଳୀ କାରିଗର ନାହାନ୍ତି, ଗାଁଗଣ୍ଡାରେ ସମସ୍ତେ ବିପିଏଲ୍ ପରିବାର ବୋଲି ନିଜକୁ ସିଦ୍ଧ କରିସାରିଲେଣି ମାସିକ ୩୫ କେଜି ଚାଉଳ ମାତ୍ର ଏକ ଟଙ୍କା ହିସାବରେ ପାଉଛନ୍ତି ଯେତେବେଳେ ସେମାନେ ଆଉ କାମ କରିବାକୁ ଯିବେ କାହିଁକି ? ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ଘରକୁ ବିଜୁଳି ମିଳୁଛି, ଇନ୍ଦିରା ଆବାସ ଯୋଜନାରେ ଘର ମିଳୁଛି, ଏମନରେଗାରେ କିଛି କିଛି କାମ ମିଳିଯାଉଛି ବାସ ତା ହେଲେ ଆଉ କୌଳିକ ବୃତ୍ତିକରିବା କାହିଁକି ? ଗାଁ ଗଣ୍ଡାରେ ଯେଉଁ କିଛିଲୋକଙ୍କ ପାଖରେ ଚାଷଜମି ଅଛି ସେମାନେ ଚାଷ କରିବାପାଇଁ ଚଷା ପାଉନାହାନ୍ତି, ଧାନ ରୋଇବା ହେଉ ବା କାଟିବା ହେଉ, ଜମି ହଳ କରିବା ହେଉ, କୌଣସି କାମ ପାଇଁ ଲୋକ ମିଳୁନାହାନ୍ତି
ଏହିପରି ଅବସ୍ଥାରେ ବର୍ତ୍ତମାନ ସରକାରଙ୍କ ସଦ୍ୟ ପ୍ରସ୍ତୁତି ପାଞ୍ଚଟଙ୍କାରେ ଭାତ ଡାଲମା ପୁଣି ଥରେ ଆମ ରାଜ୍ୟର ଅର୍ଥନୀତିକୁ ପ୍ରଭୂତ କ୍ଷତି ନିଶ୍ଚୟ ଘଟାଇବ ଏଥିରେ ଦ୍ବିମତ ନାହିଁ ସହରାଞ୍ଚଳରେ ରହୁଥିବା ଗରିବ ଶ୍ରେଣୀ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରିଛନ୍ତି ଆମ ସରକାର ପ୍ରତିଦିନ ଦ୍ବିପହର ୧୧ଟାରୁ ସନ୍ଧ୍ୟା ୩ଟା ପର୍ଯ୍ୟନ୍ତ ମାତ୍ର ପାଞ୍ଚ ଟଙ୍କାରେ ଭାତ ଓ ଡାଲମା ଖାଇବାକୁ ଦେବା ବ୍ୟବସ୍ଥା କରାଯାଇଛି ଅନ୍ୟ ସହର ମାନଙ୍କ କଥା ମୁଁ ଜାଣେନି, ହେଲେ ଖୋଦ୍ ବ୍ରହ୍ମପୁର ସହର ଭିତରେ ଚାରୋଟି ସ୍ଥାନରେ ଏହି ବ୍ୟବସ୍ଥା ହୋଇଛି ଏହା ଫଳରେ ଯେଉଁ କେତେଜଣ କର୍ମକୋଢ଼ିଆ ସରକାର ସୃଷ୍ଟି କରିଛନ୍ତି ସେମାନେ ନିଶ୍ଚୟ ଭାବେ ଉପକୃତ ହେବେ, ହେଲେ ଏହାର ସୁଦୂରପ୍ରସାରି ପ୍ରଭାବ କଥା କେହି ଚିନ୍ତା କରିନାହାନ୍ତି
ସାଧାରଣତଃ ବ୍ରହ୍ମପୁର ସହରରେ ହୋଟେଲ ମାନଙ୍କ ସଂଖ୍ୟା ରାଜ୍ୟର ଅନ୍ୟ ସହର ତୁଳନାରେ ବହୁତ ଅଧିକ ଯେକୌଣସି ବ୍ୟକ୍ତି ନିର୍ଦ୍ବନ୍ଦରେ ମାନିବ ଯେ ବ୍ରହ୍ମପୁରରେ ଖାଇବା ଜିନିଷ ବହୁତ ଶସ୍ତା ଓ ସହଜରେ ଉପଲବ୍ଧ ମାତ୍ର ପଚିଶିରୁ ତିରିଶି ଟଙ୍କାରେ ଖାଇବାକୁ ଲୋକମାନେ ପାଉଥିଲେ, ଏହା ଦ୍ବାରା ଲୋକମାନେ ବି ଉପକୃତ ହେଉଥିଲେ ଏବଂ ଏହି ବ୍ୟବସାୟ ଦ୍ବାରା ଅନେକ ବ୍ୟାପାରୀ ମଧ୍ୟ ନିଜର ଜୀବିକାନିର୍ବାହ କରୁଥିଲେ, ହେଲେ ପାଞ୍ଚଟଙ୍କିଆ ଆହାର ଆସିବା ପରେ ଲୋକମାନେ ଆଉ କେହି ଏହି ଛୋଟ ହୋଟେଲ ମାନଙ୍କୁ ଯିବେନାହିଁ ବ୍ରହ୍ମପୁର ସହରର ରେଳୱେ ଷ୍ଟେସନ, ପୁରୁଣା ଓ ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଅନେକ ହୋଟେଲ ଏହାଦ୍ବାରା ନିଶ୍ଚୟ ଭାବେ ପ୍ରଭାବିତ ହେବେ ହିଁ ହେବେ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିବ ହିଁ ଏହି ବିଷୟରେ କେହି ଚିନ୍ତା କରିଛନ୍ତି କି ?
ପିଲାଦିନେ ବାପା କହୁଥିଲେ, “ପିଲାକୁ ନିଜ ହାତରେ ଖାଇବା ଶିଖାଅ, ନହେଲେ ସେ ସବୁବେଳେ ତୁମ ଉପରେ ନିର୍ଭରଶୀଳ ହୋଇ ରହିଯିବ” ଆମ ସରକାର ଠିକ୍ ତାହାର ବିପରୀତ କାମ କରୁଛନ୍ତି, ଲୋକଙ୍କୁ କର୍ମନିଯୁକ୍ତି ନଦେଇ ସେମାନଙ୍କୁ ମାଗଣାରେ ଖାଇବା ବ୍ୟବସ୍ଥା କରିଦେଇ ସେମାନଙ୍କ କାମ କରିବାର ଇଚ୍ଛାକୁ ବି ମାରିଦେବାକୁ ବସିଛନ୍ତି ଦିନ ଆସିବ ଆଉ କେହି ବି ଦିନ ମଜୁରିଆ ମିଳିବେ ନାହିଁ, ଯେଉଁମାନେ ମିଳିବେ ସେମାନେ ମନଇଚ୍ଛା ଦାମ କହିବେ ଅବସ୍ଥା ଦିନକୁ ଦିନ ଖରାପ ହିଁ ହେବ ସିନା ଆମ ଜାତି ଉନ୍ନତି କରିବ ନାହିଁ
ସରକାରଙ୍କୁ ନିବେଦନ ମୁହଁକୁ ଦାନା ନ ଦେଇ ହାତକୁ କାମ ଦିଅନ୍ତୁ ଯାହା ଦ୍ବାରା ଜଣେ ସ୍ବାବଲମ୍ବୀ ହୋଇପାରିବ ଏବଂ ନିଜେ ନିଜର ଆଉ ପରିବାରର ପରିପୋଷଣ କରିବାକୁ ସକ୍ଷମ ହେବ ଦେଶ ସମୃଦ୍ଧ ହେବ ଏହା ହିଁ ହେବ ପ୍ରକୃତ ଉତ୍କଳ ଦିବସର ଉପହାର

No comments:
Post a Comment