ବିଗତ ୮ ତାରିଖ ଦିନ ଛତିଶଗଡ଼ ରାଜ୍ୟର ତଖତପୁର ଜିଲ୍ଲା ଅନ୍ତର୍ଗତ ପେଣ୍ଡାରୀ ଗାଁରେ ଏକ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କାର୍ଯ୍ୟକ୍ରମରେ ୮୩ ଜଣ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଥିଲା, ଏଥିରେ ୧୩ ଜଣ ମହିଳା ଅସ୍ତ୍ରୋପଚାର ପରେ ପରେ ମୃତ୍ୟୁବରଣ କରିଥିଲେ ଏହାର ତଦନ୍ତ ହୋଇନଥିବା ବେଳେ ସରକାର ପ୍ରାଥମିକ ପଦକ୍ଷେପ ସ୍ବରୂପ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ଏହି କାର୍ଯ୍ୟକ୍ରମର କିଛି ତଥ୍ୟ :
୧. ଏହି କାର୍ଯ୍ୟକ୍ରମ କରିଥିବା ଡା ଗୁପ୍ତାଙ୍କୁ ଚଳିତ ବର୍ଷର ଜାନୁଆରୀ ୨୬ ତାରିଖ ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ରମଣ ସିଂହ ୫୦,୦୦୦ ଲାପାରୋସ୍କୋପିକ୍ ସର୍ଜରୀ କରିଥିବା ହେତୁ ସମ୍ମାନିତ କରିଥିଲେ
୨. ମୃତା କୌଣସି ମହିଳାଙ୍କ ପୋଷ୍ଟମର୍ଟେମ୍ ରିପୋର୍ଟରେ ଅସ୍ତ୍ରୋପଚାରରେ ତୃଟି ହୋଇଥିବା କଥା କୁହାଯାଇନାହିଁ
୩. ଯଦି ଅସ୍ତ୍ରୋପଚାରରେ କୌଣସି ତୃଟି ହୁଏ ତେବେ ମଧ୍ୟ ରୋଗୀ ୪୮ ଘଣ୍ଟାପୂର୍ବରୁ ମୃତ୍ୟୁବରଣ କରିବା ଅତ୍ୟନ୍ତ ବିରଳ ଚିକିତ୍ସା ପ୍ରଣାଳୀରେ ତୃଟି ରହିଲେ ତାହା ଆମ ତନ୍ତୁରେ ବ୍ୟାପୀ ପଚିଯାଇ ରୋଗୀ ମୃତ୍ୟୁବରଣ କରିପାରେ, କିନ୍ତୁ ଏହି ସବୁ ଘଟଣା ପାଇଁ ଅନ୍ୟୁନ ଦୁଇ ଦିନ ସମୟ ଲାଗିପାରେ
୪. କିଛି ଅନଭିଜ୍ଞ ବ୍ୟକ୍ତିମାନେ କହୁଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ଶରୀର ଭିତରର କୌଣସି ଗୁରୁତ୍ତ୍ବପୂର୍ଣ୍ଣ ଅଙ୍ଗକୁ ଆଘାତ ବାଜି ଏହି ଘଟଣା ଘଟିଥାଇପାରେ ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ଅବଗତି ପାଇଁ ଜଣାଇଦେଉଛି ଯେ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାରରେ ଅଭ୍ୟନ୍ତରୀଣ ଆଘାତ ପ୍ରାୟତଃ ହୁଏ ନାହିଁ, ଆଉ ଯଦି ବି ହୋଇଥାଏ, ତା’ହେଲେ ଏତେ ସଂଖ୍ୟକ ରୋଗୀଙ୍କ କ୍ଷେତ୍ରରେ ସମାନ ଆଘାତ ହେବା ଅସମ୍ଭବ
୫. କୌଣସି ପ୍ରକାରର ମେଡ଼ିକାଲ୍ ଚିକିତ୍ସାପରେ ଯଦି ରୋଗୀର ମୃତ୍ୟୁ ତୁରନ୍ତ ହୋଇଯାଏ, ତାହେଲେ ଏହାର ଏକ ମାତ୍ର କାରଣ ଔଷଧୀୟ ଅସୁବିଧା ହିଁ ହୋଇପାରେ ଯେଉଁ ସବୁ ମହିଳାମାନେ ମୃତ୍ୟୁବରଣ କଲେ ସମ୍ଭବତଃ ସେମାନଙ୍କୁ ଦିଆଯାଇଥିବା ଔଷଧର କୌଣସି ରାସାୟନିକ ପ୍ରକ୍ରିୟା ହେତୁ ମୃତ୍ୟୁ ହୋଇଥିବା କଥା ବିଷେଶଜ୍ଞମାନେ ମତ ଦେଇଛନ୍ତି ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ବ୍ୟବହାର ହୋଇଥିବା ଔଷଧ ସବୁ, ଜନୈକ ମନ୍ତ୍ରୀଙ୍କ ଜାମାତଙ୍କ ଦ୍ବାରା ଯୋଗାଇ ଦିଆଯାଇଥିଲା, ଆଉ ସେ ସବୁ ଔଷଧ ଜେନେରିକ ଔଷଧ ଥିଲା, ଯାହା ଯେଉଁ କମ୍ପାନୀରୁ ଅଣାଯାଇଥିଲା ତା’ର ନାଁ କେହି ଜାଣନ୍ତିନାହିଁ ଜେନେରିକ୍ ଔଷଧର ବ୍ୟବହାରକୁ ପ୍ରୋତ୍ସାହନ କରୁଥିବା ଅମିର ଖାନ୍ ବର୍ତ୍ତମାନ ଏହି ଘଟଣା ପରେ କଣ ମନ୍ତବ୍ୟ ଦେଉଛନ୍ତି ତାହା ଦେଖିବାକୁ ରହିଲା ଯେହେତୁ ଔଷଧ ଯୋଗାଣ ବ୍ୟବସ୍ଥାରେ ଥିବା ବ୍ୟକ୍ତି ମନ୍ତ୍ରୀଙ୍କ ଜାମାତା, ତେଣୁ ଔଷଧର ମାନ ନିର୍ଦ୍ଧାରଣ କରିବା ଏବଂ ପରୀକ୍ଷାନିରୀକ୍ଷା ସମୟରେ ରିପୋର୍ଟକୁ ବଦଳାଇ ଦିଆଯାଇପାରେ
୬. କିଛି ବ୍ୟକ୍ତି ଅଭିଯୋଗ କରନ୍ତି ଯେ ଜଣେ ଚିକିତ୍ସକ ଦିନରେ ସର୍ବାଧିକ ୧୦ଟି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିପାରିବ ସେମାନଙ୍କ ଅବଗତି ପାଇଁ ଜଣାଇ ଦେଉଛି, ଯେ ଲାପାରୋସ୍କୋପିକ୍ ପ୍ରଣାଳୀରେ ଜଣେ ଚିକିତ୍ସକ ଦଶରୁ ଅଧିକ ସଂଖ୍ୟକ ବନ୍ଧ୍ୟାକରଣ କରିପାରେ ଏବଂ ଭାରତରେ ମହିଳା ବନ୍ଧ୍ୟାକରଣକୁ ପ୍ରାଧାନ୍ୟ ଦିଆଯାଇ ପ୍ରତିବର୍ଷ ଅଗଣିତ ବନ୍ଧ୍ୟାକରଣ ଶିବିର ମାନ ଆୟୋଜନ କରାଯାଏ, ଏବଂ ଚିକିତ୍ସକମାନେ ଅଗଣିତ ମହିଳାଙ୍କ ବନ୍ଧ୍ୟାକରଣ କରନ୍ତି ଏଥିପାଇଁ କୌଣସି ସୂଚନା ସରକାରୀ ଭାବରେ ଦିଆଯାଇ ନଥିଲା, ଯେହେତୁ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଜିଲ୍ଲା ଚିକିତ୍ସାଧିକାରୀ ସମେତ, ଜିଲ୍ଲାପାଳ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ସମେତ ଅନେକ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ, ଏବଂ ସେମାନେ ନିଶ୍ଚୟ ଭାବେ ଏହା ଜାଣିଥିଲେ ଯେ ଶିବିରକୁ ଆସିଥିବା ମହିଳା ମାନଙ୍କ ସଂଖ୍ୟା ଅଧିକ ଥିବା ବେଳେ ଚିକିତ୍ସକ କେବଳ ଜଣେ ଥିଲେ, ତା ହେଲେ ଶିବିରକୁ ବନ୍ଦ କରିଦିଆଗଲା ନାହିଁ କାହିଁକି ?
ଉପରୋକ୍ତ ସମସ୍ତ ତଥ୍ୟକୁ ପଢ଼ିବାପରେ ଯାହା ସ୍ପଷ୍ଟ ଭାବରେ ଜଣାପଡ଼େ ତାହା ହେଉଛି, ଏହି ସମସ୍ତ ଘଟଣାରେ ଡାକ୍ତରଙ୍କୁ ଅଭିଯୁକ୍ତ କରି ଉପସ୍ଥାପନ କରି ସମସ୍ତେ ନିଜ ଦୋଷ କେବଳ ଡାକ୍ତରଙ୍କ ମୁଣ୍ଡରେ ଲଦିଦେବାପାଇଁ ଚାହାନ୍ତି ଯେତେବେଳେ ଏହା ସ୍ପଷ୍ଟ ଯେ ଏଥିରେ ଡାକ୍ତରଙ୍କ କୌଣସି ତୃଟି ଥିବାପରି ଲକ୍ଷଣ ଘଟଣାପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିନାହିଁ
ଘଟଣାର ଗମ୍ଭୀରତାକୁ ଦେଖିବାପରେ ସରକାର ତରବରିଆ ଭାବରେ ଡାକ୍ତରଙ୍କୁ ବରଖାସ୍ତ କରିବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ ଥିଲା ଏହି ପରି ଘଟଣାମାନ ଘଟିବାପରେ କୌଣସି ଡାକ୍ତର ଚିକିତ୍ସା କରିବାକୁ କାହିଁକି ଇଚ୍ଛା ପ୍ରକଟ କରିବ ?
No comments:
Post a Comment